୧୭୧୦ ଡୋଜ କୋଭିଡ ଟିକା ଚୋରି

ଚଣ୍ଡୀଗଡ,ଏଜେନ୍ସି: ହରିୟାଣାର ଜିଣ୍ଡ ଜିଲ୍ଲା ସିଭିଲ ହସ୍ପିଟାଲର ପିପିସି କେନ୍ଦ୍ରରୁ ୧୭୧୦ ଡୋଜ କୋଭିଡ -୧୯ ଭ୍ୟାକ୍ସିନ ଚୋରି ହୋଇଥିବା ସୂଚନା ମିଳିଛି। ଚୋରି ହୋଇଥିବା ସମୁଦାୟ ୧୭୧୦ ଡୋଜ ଭ୍ୟାକ୍ସିନରୁ ୧୨୭୦ ଡୋଜ କୋଭିସିଲ୍ଡ ଓ ୪୪୦ ଡୋଜ କୋଭାକ୍ସିନ ଟିକା ଥିବା ଜଣାପଡ଼ିଛି। ଏହା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି। ଚୋରିର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି। ୨ ଜଣ ଲୋକ ଏହି ଅପରାଧ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।