ଆଲିବାବା ଗୁପ୍‌କୁ ୨୭୮ ବିଲିୟନ ଡଲାର ଜୋରିମାନା

ବେଜିଂ,ଏଜେନ୍ସି: ଚୀନ୍‌ର କମ୍ୟୁନିଷ୍ଟ ସରକାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ୍ ଉପରେ ୨୭୮ ବିଲିୟନ ଡଲାର ଜୋରିମାନା ଲାଗୁ କରିଥିବା ଜଣାପଡିଛି। ଏକଚାଟିଆ କାରବାର ନିରୋଧ ଆଇନ ଉଲ୍ଲଂଘନ କରିଥିବାରୁ ଆଲିବାବା ଗ୍ରୁପ୍ ବିରୋଧରେ ଏଭଳି ଆର୍ଥିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ।

୨୦୧୯ରେ ଆଲିବାବା ଗ୍ରୁପ୍‌ର ବ୍ୟବସାୟିକ କାରବାରର ଏହା ୪ ପ୍ରତିଶତ ବୋଲି ଚୀନ୍‌ର ସରକାରୀ ମିଡିଆ ଜିନ୍‌ହୁଆ ପକ୍ଷରୁ କୁହାଯାଇଛି। ଚୀନ୍‌ର ବିଶିଷ୍ଟ ଶିଳ୍ପପତି ଜ୍ୟାକ୍ ମା ୨୦୧୫ରେ ଆଲିବାବା ଗ୍ରୁପ୍ ପ୍ରତିଷ୍ଠା କରିଥିଲେ। ଆଲିବାବା କମ୍ପାନୀର କୋଟି କୋଟି ଗ୍ରାହକ ଥିବାବେଳେ ଆନ୍ତର୍ଜାତିକ ମାର୍କେଟରେ ଏହାର ଯଥେଷ୍ଟ ସୁନାମ ମଧ୍ୟ ରହିଛି।