ଗଜପତି,ଏନ୍ଏନ୍ଏସ୍: କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ପାରଳାଖେମୁଣ୍ଡିର ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଦେଇଛି। ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। କାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ଭିଡ଼ ଜମିବାରୁ ଟିକେଟ କାଉଣ୍ଟର ସାମ୍ନାରେ ପୁଲିସ ବାଧ୍ୟହୋଇ ଲାଠି ମାଡ଼ କରିଥିଲା। ଗତକାଲି ରାୟଗଡ଼ାରେ ମଧ୍ୟ ଏକ ସିନେମା ହଲ୍ ବନ୍ଦ କରାଯାଇଥିଲା।