ଦେଶରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢୁଥିବା କରୋନା ସଂକ୍ରମଣ ମାମଲା ଏବଂ ଟିକାକରଣକୁ ନେଇ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ୫ ଦିନ ମଧ୍ୟରେ ଦ୍ବିତୀୟ ଥର ଲାଗି ଆଲୋଚନା କରିବେ ନରେନ୍ଦ୍ର ମୋଦୀ। ଗତ ୫ ଦିନ ହେବ ଦେଶରେ ଲଗାତାର ଲକ୍ଷେ ପାଖାପାଖି ରହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ସୋମବାର ଦିନ ଦେଶରେ ୧ ଲକ୍ଷ ଟପିଥିଲା କରୋନା ସଂକ୍ରମଣ। ସେହିପରି ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡରେ ଅହେତୁକ ପରିମାଣରେ କୋଭିଡ ସଂକ୍ରମଣ ବଢିଚାଲିଛି।