ଦିନକରେ ୫୮୮ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୫, ସୁନ୍ଦରଗଡ଼ରୁ ୮୪, କଟକରୁ ୩୦, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୧, ନୂଆପଡ଼ାରୁ ୨୯, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୭, ପୁରୀରୁ ୨୪, ଷ୍ଟେଟପୋଲରୁ ୨୩, ବରଗଡ଼ ୨୧, ଯାଜପୁରରୁ ୧୫, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ ରହିଛନ୍ତି। ସେହିପରି ସୋନପୁର ଓ ବଲାଙ୍ଗିରରୁ ୧୧ ଲେଖାଏଁ, ଭଦ୍ରକ, ମୟୁରଭଞ୍ଜ ଓ କୋରାପୁଟରୁ ୯ ଲେଖାଏଁ, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୭, ରାୟଗଡ଼ା ଓ ଢେଙ୍କାନାଳରୁ ୬ ଲେଖାଏଁ, ଅନୁଗୁଳରୁ ୫, ଦେଓଗଡ଼ରୁ ୪, ଜଗତସିଂହପୁର ଓ କନ୍ଧମାଳରୁ ୩ ଲେଖାଏଁ, କେଉଁଝରରୁ ୨, ଗଜପତିରୁ ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୨ଲକ୍ଷ ୧୩ହଜାର ୪୩ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୩ହଜାର ୮୫୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୮ହଜାର ୧୫୦ଜଣ ସୁସ୍ଥ ହୋଇଛନ୍ତି, ୧୯୨୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୭୩୧ ଜଣ ଚିକିତ୍ସିତ ହେଉଛନ୍ତି।