ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୬୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩ଲକ୍ଷ ୩୭ହଜାର ୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୫, କଟକରୁ ୨୫, ନୂଆପଡ଼ାରୁ ୨୨, ସୁନ୍ଦରଗଡ଼ରୁ ୧୨, ମୟୁରଭଞ୍ଜରୁ ୧୧, ଷ୍ଟେଟପୋଲରୁ ୮, ଗଞ୍ଜାମରୁ ୬, ବାଲେଶ୍ୱର, ଜଗତସିଂହପୁର, ଯାଜପୁର ଓ ରାୟଗଡ଼ାରୁ ୪ ଲେଖାଏଁ, ଅନୁଗୁଳ, ବରଗଡ଼, ବଲାଙ୍ଗିର ଓ ଦେଓଗଡ଼ରୁ ୩ ଲେଖାଏଁ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ପୁରୀ ଓ ସୋନପୁରରୁ ୨ ଲେଖାଏଁ, ସୋନପୁର, କେନ୍ଦ୍ରାପଡ଼ା, କେଉଁଝର, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୦ହଜାର ୯୧୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୯୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୦୫ ଜଣ ଚିକିତ୍ସିତ ହେଉଛନ୍ତି।