କୂଅ ଖୋଳୁଥିବାବେଳେ ୫ ଶ୍ରମିକ ମୃତ

ଶିଲଂ, ଏଜେନ୍ସି: ମେଘାଳୟର ପଶ୍ଚିମ ଜୟନ୍ତିଆ ଜିଲ୍ଲାରେ କୂଅ ଖୋଳୁଥିବାବେଳେ ଅଣନିଶ୍ୱାସୀ ହୋଇ ୫ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୩୫ ଫୁଟ ତଳେ ମାଟି ଖୋଳୁଥିବାବେଳେ ସେଠାରେ ଖଞ୍ଜାଯାଇଥିବା ମୋଟର ପମ୍ପରୁ ବାହାରୁଥିବା ଧୂଅାଁରେ ଏମାନେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡିଛି।