Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏସିଡିଟିରୁ ମୁକ୍ତି ପାଇଁ ଜାଣନ୍ତୁ ସହଜ ଘରୋଇ ଉପାୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏସିଡିଟିରୁ ମୁକ୍ତି ପାଇଁ ଜାଣନ୍ତୁ ସହଜ ଘରୋଇ ଉପାୟ

ଆଜିକାଲି ଏସିଡିଟି ଏକ ସାଧାରଣ ରୋଗ ହୋଇଗଲାଣି। ବିଭିନ୍ନ କାରଣ ଯୋଗୁ ଏସିଡିଟି ହୋଇଥାଏ। ଅସମୟରେ ଖାଇବା, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଇଦ୍ୟାଦି କାରଣରୁ ମୁଖ୍ୟତଃ ଏସିଡିଟି ହୋଇଥାଏ। ଏସିଡିଟି ଓ ଗ୍ୟାସ୍‌ ହେଲେ ମୁଣ୍ଡ, ପେଟ ବିନ୍ଧିବା ସହ ପେଟ ମଧ୍ୟ ଫୁଲିଥାଏ। ଯଦି ଠିକ୍‌ ସମୟରେ ଏହାର ଉପଚାର କରାନଯାଏ ତେବେ ଏହା ଶରୀରକୁ ଅନେକ ଯନ୍ତ୍ରଣା ଦେଇଥାଏ। ଏସିଡିଟିକୁ ଅବହେଳା କଲେ ଏହା ନାନା ରୋଗର ଜନନୀ ହୋଇବସିବ।
ଜାଣନ୍ତୁ କେମିତି ଘରୋଇ ଉପଚାର ମାଧ୍ୟମରେ ଏସିଡିଟିରୁ ମୁକ୍ତି ପାଇବେ।
ଏସିଡିଟିର ଘରୋଇ ଉପଚାର…

ପ୍ରତିଦିନ ଅଳ୍ପ ଉଷୁମ ପାଣି ପିଅନ୍ତୁ। କଦଳୀ, ତରଭୁଜ ଓ କାକୁଡି ପ୍ରତ୍ୟେକ ଦିନ ଖାଆନ୍ତୁ। ତରଭୁଜ ଜୁସ୍‌ ଏସିଡିଟିରୁ ମୁକ୍ତି ପାଇଁ ରାମବାଣ ପରି କାମ କରିବ।
ପ୍ରଚୁର ପାଣି ପିଅନ୍ତୁ। ପଇଡ଼ ପାଣି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହିଥାଏ।
ଦେଖାଯାଏ ଅଧିକାଂଶ ଲୋକ କାର୍ଯ୍ୟବ୍ୟସ୍ତତା ବା ବିଭିନ୍ନ କାରଣରୁ ଠିକ୍ ସମୟରେ ଖାଇପାରନ୍ତି ନାହିଁ। ତେଣୁ ଠିକ୍ ସମୟରେ ଖାଇବାକୁ ଚେଷ୍ଟା କରନ୍ତୁ। ଭୋଜନ ସମୟ ହେଲେ ଆମ ପାକସ୍ଥଳୀକୁ ପାଚକ ରସ ସ୍ୱତଃ ଝରିଥାଏ। ଏହି ସମୟରେ ପେଟ ଖାଲି ରହିଲେ ତାହା ପାକସ୍ଥଳୀରେ ପଡ଼ି ନାନା ସମସ୍ୟା ସୃଷ୍ଟି କରେ।
ଦୁଇଟି ଭୋଜନ ସମୟ ମଧ୍ୟରେ ବଡ଼ ବ୍ୟବଧାନ ରଖନ୍ତୁ ନାହିଁ । ସେହି ସମୟରେ ଖାଲି ପେଟରେ ନ ରହି କିଛି ଫଳ, କାକୁଡ଼ି, ଡ୍ରାଏ ଫୁଟ୍‌ ବା ବିସ୍କୁଟ୍‌ ଖାଇପାରିବେ। ବହୁତ ସମୟ ଧରି ପେଟକୁ କୌଣସି ଖାଦ୍ୟ ନ ଗଲେ ଏହା ଏସିଡିଟିର ସୃଷ୍ଟି କରିଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ଆଚାର, ଭିନେଗାର ଓ ମସଲା ଯୁକ୍ତ ଚଟ୍‌ଣି ବା ଖାଦ୍ୟରୁ ଦୂରେଇ ରୁହନ୍ତୁ।
ପାଣିରେ ପୁଦିନା ପତ୍ର ପକାଇ କିଛି ସମୟ ଫୁଟାନ୍ତୁ। ଏହାକୁ ମଧ୍ୟାହ୍ନ ଭୋଜନ କରି ସାରିଲା ପରେ ପିଅନ୍ତୁ। ସେହିପରି ଜୁଆଣୀକୁ ଗୋଟିଏ କପ୍‌ ପାଣି ଫୁଟାନ୍ତୁ।ଏହା ଫୁଟି ପୂରା ଅଧ କପ୍‌ ହୋଇଯିବା ପରେ ଏହାକୁ ଥଣ୍ଡା କରି ପିଅନ୍ତୁ।
ଯଦି ଆପଣଙ୍କର ଏସିଡିଟି ହେଉଛି, ତେବେ ଏହି ସମୟରେ ପାଟିରେ ଲବଙ୍ଗ ରଖି ଏହାକୁ ଚୋବାନ୍ତୁ। ଅଦା ମଧ୍ୟ ଚୋବାଇ ପାରିବେ।
ଅଧିକ ଧୂମ ପାନ ଓ ମଦ୍ୟ ସେବନ ଦ୍ୱାରା ଏସିଡିଟି ହେବାର ସମ୍ଭାବନା ଥାଏ। ତେଣୁ ଏସବୁଠୁ ନିଜକୁ ଦୂରେଇ ରଖନ୍ତୁ।
ଖାଇବା ପୂର୍ବରୁ ଅଳ୍ପ ଟିକେ ଚିନି ମିଶିଥିବା ଲେମ୍ବୁ ପାଣି ପିଅନ୍ତୁ। ଜିରାକୁ ଗୁଣ୍ଡ କରି କଳା ଲୁଣ ସହ ଖାଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ।