ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ‘ମୋ ମାସ୍କ, ମୋ ସୁରକ୍ଷା’ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱ ବୁଝାଯାଉଛି। ଲୋକେ ଘରୁ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ସେହିଭଳି ଦୋକାନ ଆଗରେ ଗୋଲାକାର ବୃତ୍ତ ଭିତରେ ରହି ଗ୍ରାହକ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧନ୍ତୁ। ଯେଉଁମାନେ ସମର୍ଥ ମାସ୍କ ବିତରଣ କରନ୍ତୁ। ସରକାର ମଧ୍ୟ ମାସ୍କ ବିତରଣ କରିବାକୁ ଉଦ୍ୟମ କରିବେ। ମହିଳା ସ୍ୱୟଂସେବୀ ଗ୍ରୁପଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ମାସ୍କ ପ୍ରସ୍ତୁତ କରନ୍ତୁ।
ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ୨ରୁ ୩ଟି ସହରକୁ ଲକଡାଉନ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ଦୈନିକ ହାରରେ ଇନ୍ଦୋର ଓ ଭୋପାଳରେ ୩୦୦ରୁ ୪୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଯଦି ଗମ୍ଭୀର ହୁଏ, ତା’ହେଲ ପୁଣି ଥରେ ଲକଡାଉନ ଆରମ୍ଭ ହୋଇଯାଇପାରେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।