ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ସୁଟିଂ ବିଶ୍ୱକପରେ ଭାରତୀୟ ଖେଳାଳିମାନେ ନିଜ ପ୍ରଭାବୀ ପ୍ରଦର୍ଶନ ବଜାୟ ରଖିଛନ୍ତି। ମଙ୍ଗଳବାର ମିକ୍ସଡ୍ ସ୍କିଟ୍ ଦଳଗତ ବିଭାଗରେ ଭାରତୀୟ ସୁଟର ଗନେମତ୍ ସେଖନ୍ ଓ ଅଙ୍ଗଦ ବୀର ସିଂହ ବାଜୱା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଗନେମତ୍ ଓ ଅଙ୍ଗଦ ୧୪୧ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଥିଲେ। ଫାଇନାଲ ରାଉଣ୍ଡରେ ଗନେମତ୍ ଓ ଅଙ୍ଗଦ କାଜାକସ୍ତାନର ପାନାରିନା ଓ ୟେଚସେନ୍କୋଙ୍କୁ ୩୩-୨୯ ପଏଣ୍ଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନାଥାଉକି ସୋମବାର ମହିଳା ସ୍କିଟ୍ ବିଭାଗରେ ଗନେମତ୍, ପାରିନାଜ୍ ଓ କାର୍ତ୍ତିକା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।