ବିଧାନସଭାରେ ପାରିତ ହେଲା ଉଚ୍ଚଶିକ୍ଷା ସଂରକ୍ଷଣ ସଙ୍କଳ୍ପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚଶିକ୍ଷା ନେଇ ବିଧାନସଭାରେ ସଂରକ୍ଷଣ ସଙ୍କଳ୍ପ ପାରିତ ହୋଇଛି। ହାଇ ପାୱାର କମିଟିର ସୁପାରିସ ଅନୁସାରେ ସଙ୍କଳ୍ପ ଆଗତ ହୋଇଥିଲା। ଆଉ ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ସଙ୍କଳ୍ପ ଆଣିଥିଲେ। ଆଉ ଆଜି ଏହି ସଙ୍କଳ୍ପ ପାରିତ ହୋଇଯାଇଛି। ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ୧୫ ପ୍ରତିଶତ ସଂରକ୍ଷଣ ହେବ ବୋଲି ଜଣାପଡ଼ିଛି।