କନ୍ୟାକୁମାରୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଯାଇଛନ୍ତି। କେରଳ ଓ ତାମିଲନାଡୁରେ ବିଜେପିକୁ ମଜଭୁତ କରିବା ପାଇଁ ସେଠାରେ ଅମିତ ଶାହ ନିର୍ବାଚନ ରାଲି କରିବେ। ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରଚାର ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହେବ। ସେଠାରେ ଶ୍ରୀ ଶାହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ଶାହ ସୁଚିନ୍ଦ୍ରମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଘରକୁ ଘର ଯାଇ ବିଜୟ ସଂକଳ୍ପ ମହାସମ୍ପର୍କର ଶୁଭାରମ୍ଭ କରିବେ।
ଏହାପରେ ଶ୍ରୀ ଶାହ କେରଳର ଥିରୁଅନନ୍ତପୁରମକୁ ଯାଇ ବିଜୟ ଯାତ୍ରାର ଶେଷ ସମାରୋହରେ ସାମିଲ ହେବେ ଓ ଲୋକଙ୍କୁ ସମ୍ବୋଧିତ କରିବେ। ଏଥିସହିତ ଅମିତ ଶାହ ୨ଟି ରାଜ୍ୟରେ ନିର୍ବାଚନୀ ରାଲି କରିବେ। ସେହିପରି ନିକଟରେ କନ୍ୟାକୁମାରୀର କଂଗ୍ରେସ ସାଂସଦଙ୍କ ମୃତ୍ୟୁ ହୋଇଥିବାରୁ ଏହି ଆସନ ଖାଲି ପଡ଼ିଛି। ଏହି ଆସନ ପାଇଁ ବିଜେପି ଲୋକସଭା ଉପନିର୍ବାଚନ ମଧ୍ୟ ଲଢ଼ିବ।