ଭୁବନେଶ୍ୱର, ଏନ୍ଏନ୍ଏସ୍: କୋ ୱିନ ଆପରେ ସମସ୍ୟା ଥିଲେ ଏଥର କରୋନା ଟୀକାକରଣ ଲାଗି ଅଫଲାଇନରେ ମଧ୍ୟ ପଞ୍ଜୀକରଣ ହୋଇପାରିବ। ଏନେଇ ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ଏସିଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ନାଗରିକ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଅନଲାଇନ ପଞ୍ଜୀକରଣ ସମୟରେ ସମସ୍ୟା ଦେଖାଦେଇଥିଲା। ବିଭିନ୍ନ ୱେବସାଇଟ କେନ୍ଦ୍ରରେ ଲିଙ୍କ ଖୋଲୁନଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।