ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା କରୋନା ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା କରୋନା ଟେଷ୍ଟିଂ ସେଣ୍ଟର। ବିମାନବନ୍ଦରରେ ସ୍କ୍ରିନିଂ କରାଯିବା ସମୟରେ ଯଦି କାହାଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟେଷ୍ଟିଂ କରାଯିବ। ଏହାଦ୍ୱାରା ଯଥାଶୀଘ୍ର କରୋନା ରୋଗୀ ଚିହ୍ନଟ ହେବା ସହ ସଂକ୍ରମଣକୁ ରୋକାଯାଇପାରିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।