ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେଓ୍ୱାତିଆ ଓ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି। କ୍ୟାପଟେନ୍ କୋହଲି ଅଧିନାୟକ ଭାର ସମ୍ଭାଳିଥିବା ବେଳେ ରୋହିତ ଶର୍ମାଙ୍କୁ ଦିଆଯାଇଛି ଉପ ଅଧିନାୟକ ଦାୟିତ୍ୱ।

ସେହିପରି କେଏଲ୍ ରାହୁଲ, ଶିଖର ଧାଓ୍ୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ପାଇଛନ୍ତି। ଓ୍ୱିକେଟ୍ କିପର ଭାବେ ଋଷଭ ପନ୍ତ ଓ ଇଶାନ୍ କିଶାନଙ୍କୁ ଟିମରେ ନିଆଯାଇଛି। ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଓ୍ୱାସିଂଟନ୍ ସୁନ୍ଦର, ରାହୁଲ ତେଓ୍ୱାଟିଆ, ଟି ନଟରାଜନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନୀ ଓ ସାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ନିଆଯାଇଛି। ମାର୍ଚ୍ଚ ୧୨ ତାରିଖରେ ଭାରତ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ୍। ୫ ଟିକିଆ ସିରିଜର ସମସ୍ତ ମ୍ୟାଚ୍ ଗୁଜରାଟ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ ବୋଲି ଜଣାପଡିଛି।