ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନର୍ସରୀ ଆଡମିସନ ପ୍ରକ୍ରିୟା ଫେବୃଆରୀ ୧୮ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ରେଜିଷ୍ଟ୍ରେସନର ଶେଷ ତାରିଖ ବୋଲି ଜଣାପଡ଼ିଛି। ରେଜିଷ୍ଟ୍ରେସନ ପରେ ପ୍ରଥମ ଆଡମିସନ ଲିଷ୍ଟ ମାର୍ଚ୍ଚ ୨୦ ତାରିଖରେ ଜାରି କରାଯିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବଶୀଘ୍ର ନର୍ସରୀ ଆଡମିସନ ଆରମ୍ଭ ହେବ ବୋଲି ସଙ୍କେତ ଦେଇଥିଲେ।
ପ୍ରଥମ ଲିଷ୍ଟ ପରେ ବଳକା ସିଟ୍ ପାଇଁ ମାର୍ଚ୍ଚ ୨୫ ତାରିଖରେ ଦ୍ୱିତୀୟ ଆଡମିସନ ଲିଷ୍ଟ ଜାରି ହେବ। ମାର୍ଚ୍ଚ ୩୧ ସୁଦ୍ଧା ଆଡମିସନ ପ୍ରକ୍ରିୟା ଶେଷ ହୋଇଯିବ। ନିକଟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ବିଭିନ୍ନ ଘରୋଇ ବିଦ୍ୟାଳୟର ପ୍ରିନ୍ସିପାଲ ଓ ମ୍ୟାନେଜମେଣ୍ଟ ସମିତି ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ୨୦୨୧-୨୨ ଶିକ୍ଷା ବର୍ଷ ଲାଗି ନର୍ସରୀ ସ୍କୁଲ ଆଡମିସନ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।