ଆସାମ ବାସୀଙ୍କୁ ମୋଦୀଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆସାମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମରେ ୨ଟି ହସ୍ପିଟାଲ ନିର୍ମାଣ ହେବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହା ସହିତ ‘ଅସୋମ ମାଲା’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ।

ଏହା ସହିତ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହିତ ଆସାମର ବିକାଶ ପାଇଁ କାହିଁକି ଏତେ ସମୟ ଲାଗିଲା ବୋଲି ବି ପ୍ରଶ୍ନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଆସାମର ସଂଗ୍ରାମୀ ମାନଙ୍କ ଉଦାହରଣ ଦେଇ ମୋଦୀ ଆଜି ସେମାନଙ୍କ ବଳିଦାନକୁ ମନେ ପକାଇବା ସହିତ ସେମାନଙ୍କ ବଳିଦାନ ଅତୁଳନୀୟ ବୋଲି କହିଛନ୍ତି ।