ପୁରୀ,ଏନ୍ଏନ୍ଏସ୍: ପୁରୀ ଜେଲରେ ଜନ୍ୱେିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ହେଲେ ସମୁଦ୍ରକୂଳ ଥାନା ଅଧୀନ ବାଙ୍ଗିମୁହାଣର ଶ୍ରୀଧର ଦାସ (୫୦)। ଜାନୁଆରୀ ୧୧ତାରିଖରେ ଶ୍ରୀଧର ଜେଲ ଯାଇଥିଲା । ତେବେ ତାଙ୍କୁ ଜେଲରେ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜେଲର ଚିତରଞ୍ଜନ ସାହୁ କହିଛନ୍ତି ଯେ, ଦୁଇଦିନ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। କିଛି ଖାଦ୍ୟ ମଧ୍ୟ ଗ୍ରହଣ କରୁନିଥିଲେ।ତେବେ ଶନିବାର ଦିନ ଦେହ ଖରାପ ହେବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତୁ ଘୋଷଣା କରିଛନ୍ତି ।