ଚେନ୍ନାଇ,ଏଜେନ୍ସି: ଭାରତ ଓ ଇଂଲଣ୍ଡର ୪ଟି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟଚ ଏମଏସ ଚିଦାମ୍ବରମ ଷ୍ଟାଡିୟମରେ ଜାରି ରହିଛି। ଏହି ମ୍ୟାଚର ଆଜି ଦ୍ୱିତୀୟ ଦିବସରେ ମଧ୍ୟ ଇଂଲଣ୍ଡ ଅପରାଜୟ ରହିଛି। ଦ୍ୱିତୀୟ ଦିନ ସହିତ ଇଂଲଣ୍ଡ ୧୮୦ ଓଭରରେ ୮ଟି ୱିକେଟ ହରାଇ ୫୫୫ ରନ୍ କରିଛି। ଡୋମନିକ ବେସ ୮୪ଟି ବଲ ଖେଳି ୨୮ ରନ ଓ ଜେକ ଲିଚ ୨୮ ବଲରେ ୬ ରନ କରି ଖେଳକୁ ଜାରି ରଖିଛନ୍ତି।
