ହନୁମାନ ମୁଦ୍ରା ଜବତ: ୭ ଗିରଫ

୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା

ବ୍ରହ୍ମପୁର,ଏନ୍ଏନ୍ଏସ୍: ବଡ଼ ବଜାର ଥାନା ଶାନ୍ତିନଗର ସୂର୍ଯ୍ୟପାତ୍ରଙ୍କ ଘରେ ୩ଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମ ବେଳେ ବଡ଼ ବଜାର ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିଛି। ଏହି ଘଟଣାରେ ପୁଲିସ ୭ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କ୍ଷେତରାଜପୁର ସମ୍ବଲପୁରର ପ୍ରଧାନ ମହାପାତ୍ର(୪୧), ସୁରେଶ ମେହେର (୩୧), ଶାସନ ସମ୍ବଲପୁରର ଅନିଲ କୁସୁମ(୩୪), ସୋରଡାର ଅକ୍ଷୟ କୁମାର ପାତ୍ର (୩୬), ପାନପୋଷ ରାଉରକେଲାର ଜୟନ୍ତ ପ୍ରଧାନ (୨୧), ବିଜୟ କୁମାର ବ୍ୟାଗ (୪୦), ଓ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ବମକେଇର ଏସ. ଜୟରାମ ପାତ୍ର (୩୪) ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କ ନିକଟରୁ ୩ଟି ହନୁମାନ ମୁଦ୍ରା, ନଗଦ ୧ ଲକ୍ଷ ୫୦ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଏକ ମାମଲା ରୁଜୁ କରିଛି।