Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଣିକି ଏକଲବ୍ୟ ସ୍କୁଲରେ ବର୍ଷକୁ ପ୍ରତି ପିଲାଲାଗି ଖର୍ଚ୍ଚ ହେବ ୧.୯ଲକ୍ଷ ଟଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଣିକି ଏକଲବ୍ୟ ସ୍କୁଲରେ ବର୍ଷକୁ ପ୍ରତି ପିଲାଲାଗି ଖର୍ଚ୍ଚ ହେବ ୧.୯ଲକ୍ଷ ଟଙ୍କା

ଭୁବନେଶ୍ୱର,୯ା୯/ଏନ୍ଏନ୍ଏସ୍: ଆସନ୍ତା ୧୨ରେ ଆରମ୍ଭ ହେବାକୁ ଯାଉଛି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଝାଡଖଣ୍ଡ ମଧ୍ୟ ଶିକ୍ଷା କ୍ଷେତ୍ରରେ ବେଶ ସହାୟକ ପାଇପାରିବ। ଏହି ଯୋଜନାରେ ୪୬୨ଟି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଆସନ୍ତା ୨ବର୍ଷ ମଧ୍ୟରେ ନିର୍ମାଣ କରାଯିବ।

ବର୍ତ୍ତମାନ ପରିସ୍ଥିତିରେ ଗୁଣାତ୍ମକ ଶିକ୍ଷାର ମାନକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛି। ତେବେ ୫୦ପ୍ରତିଶତ ଅନୁସୁଚିତ ଜାତି ଏବଂ ୨୦ହଜାର ଆଦିବାସି ରହୁଥିବା ଜିଲ୍ଳାରେ ଏହି ସ୍କୁଲ ନିର୍ମାଣ କରାଯିବ। ସମ୍ପୃକ୍ତି ପିଲାଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ରହିବ। ଏହାବ୍ୟତୀତ ପୂର୍ବରୁ ଏହି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ନିର୍ମାଣ ଲାଗି ୧୨କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୨୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ୨୦୧୯-୨୦ ଶିକ୍ଷାବର୍ଷରେ ପିଲାଙ୍କ ଲାଗି ବାର୍ଷିକ ଖର୍ଚ୍ଚକୁ ୧.୯ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ପ୍ରତି ପିଲାଙ୍କ ବାବଦରେ ବର୍ଷକୁ ୬୧ହଜାର ୫୦୦ଟଙ୍କା କର୍ଚ୍ଚ କରାଯାଉଥିଲା।

ଏହି ବିଦ୍ୟାଳୟ ଗୁଡିକରେ ଷଷ୍ଟରୁ +୨ ପର୍ଯ୍ୟନ୍ତ ମୋଟ୍ ୪୮୦ ପିଲା ନାମଲେଖାଇ ପାରିବେ। ୧୬୩ ଆଦିବାସୀ ଅଞ୍ଚଳରେ ନିର୍ମାଣଧୀନ ସ୍କୁଲରେ ପ୍ରତି ସ୍କୁଲର ବିକାଶ ଲାଗି ଅତିରିକ୍ତ ୫କୋଟି ଟଙ୍କା ପ୍ରତି ସ୍କୁଲକୁ ପ୍ରଦାନ କୀରାଯିବ। ସ୍କୁଲଗୁଡିକର ଭିତ୍ତିଭୂମିର ବିକାଶ ଏବଂ ମରାମତି ବାବଦରେ ପ୍ରତି ୫ବର୍ଷ ଲାଗି ୨୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପୂର୍ବରୁ ଏହି ମରାମତି ଖର୍ଚ୍ଚ ରାଶି ୧୦ଲକ୍ଷ ଟଙ୍କାରେ ସୀମିତ ଥିଲା।