Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁରୀକୁ ଆଉ ୧୦୦ କୋଟି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁରୀକୁ ଆଉ ୧୦୦ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ରର ପୂନର୍ବିନ୍ୟାସ ପାଇଁ ରାଜ୍ୟ ସରକାର ଅବଢା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ପ୍ରକଳ୍ପ ପାଇଁ ଆଉ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପୁରୀରେ ଥିବା ମଠଗୁଡ଼ିକର ଜଗନ୍ନାଥ ସଂସ୍କୃତିର ସମ୍ପର୍କ ରହିଛି। ତେଣୁ ଏହି ମଠର ବିକାଶ ଏବଂ ପୁରୀ ଜଗନ୍ନାଥ ମନ୍ଦିରର ୭୫ ମିଟର ଅଞ୍ଚଳ ବିକାଶ କରିବା ପାଇଁ ରାଜ୍ୟ ସରକାର ଏହି ଅର୍ଥ ମଞ୍ଜୁର କରିଛନ୍ତି।

ମନ୍ଦିରର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅର୍ଥ ବିନିଯୋଗରେ ଜଗନ୍ନାଥ ସଂସ୍କୃତି, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଐତିହ୍ୟକୁ ଭିତ୍ତିକରି ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟକ୍ରମ କରାଯିବ, ତାହାର ତତ୍ତ୍ୱାବଧାନ ଜିଲ୍ଲାପାଳ କରିବେ।

ଏଥିପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଶ୍ରୀକ୍ଷେତ୍ରକୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାପାଇଁ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨ ବର୍ଷର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଗତ ଅଗଷ୍ଟ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମେ ୭୧୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ଏମାର ମଠ ଉଚ୍ଛେଦ ପରେ ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗାଯାଇଥିଲା। ସେହିଭଳି ନିକଟରେ ୩୦୦ ବର୍ଷ ପୂରୁଣା ଲାଙ୍ଗୁଳି ମଠ ଭଙ୍ଗାଯିବା ପରେ ରବିବାର ବଡ ଆଖଡା ମଠ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୬୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ।

ପୁରୀରେ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୂଷାନଦୀର ପୁନରୁଦ୍ଧାର, ସିକ୍ୟୁରିଟି ଜୋନରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ଓ ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜଗନ୍ନାଥ ମନ୍ଦିରର ଉନ୍ନତତ୍ତର ପ୍ରଶାସନ ଓ ପରିଚାଳନା ନିମନ୍ତେ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତି ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିପି ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା। ଏହି କମିଶନ ଦୁଇଟି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ।

ଉକ୍ତ ରିପୋର୍ଟ ମଧ୍ୟରୁ କେତେକ ସୁରିଶକୁ ରାଜ୍ୟ ସରକାର ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗର ସୁପାରିଶ କ୍ରମେ ଜଷ୍ଟିମ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି ରଖାଯିବ। ଏନେଇ ଜମି ଅଧିଗ୍ରହଣ ଓ ସର୍ଭେ କାର୍ଯ୍ୟ ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସ୍ଥାନର ଉନ୍ନତିକରଣ ସହିତ ଏଠାରୁ ବସ୍ଥାପିତ ହେବାକୁ ଥିବା ଲୋକଙ୍କର ଆର୍ଥିକ ଭରଣା ବା ପୂର୍ଣ୍ଣ ଥଇଥାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ପାର୍କିଂ ବ୍ୟବସ୍ଥାକୁ ସୁଧାରିବା, ୱାଚ୍ ଟାୱାର ନିର୍ମାଣ କରିବା, ଶ୍ରୀମନ୍ଦିର ସୁରକ୍ଷା ବଢାଇବା ଇତ୍ୟାଦି ଦିଗ ଉପରେ ରହିଥିବା ପ୍ରସ୍ତବ ଉପରେ ସରକାର ପଦକ୍ଷେପ ନେବେ।