ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୦୫୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡାରୁ ୧୮, ବରଗଡରୁ ୧୬, ସମ୍ବଲପୁରରୁ ୧୫, ବାଲେଶ୍ୱରରୁ ୧୪, ଯାଜପୁରରୁ ୧୪, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୧୦, ପୁରୀରୁ ୧୦, ନୂଆପଡାରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସୋନପୁରରୁ ୩ ଜଣ ଲେଖାଏଁ, କଟକ, ଦେବଗଡ଼, ମୟୁରଭଞ୍ଜ, ରାୟଗଡ଼ା, ଗଜପତିରୁ ୨ ଜଣ ଲେଖାଏଁ, ଭଦ୍ରକ, ମାଲକାନଗିରି ଏବଂ ନୟାଗଡରୁ ୧ ଜଣେ ଲେଖାଏଁ ଏବଂ ଷ୍ଟେଟପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।