ମାଲାବର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଥିରୁଅନନ୍ତପୁରମ,ଏଜେନ୍ସି: ମାଲାବର ଏକ୍ସପ୍ରେସର ଲଗେଜ୍ କମ୍ପାର୍ଟମେଣ୍ଟରେ ଆଜି ଅଗ୍ନିକାଣ୍ଡ ଘଟିଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କମ୍ପାର୍ଟମେଣ୍ଟରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଅନ୍ୟପଟେ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କେରଳର ଥିରୁଅନନ୍ତପୁରମର ଭରକାଳ ନିକଟରେ ଟ୍ରେନର ଲଗେଜ କମ୍ପାର୍ଟମେଣ୍ଟରେ ଅଚାନକ ନିଆଁ ଲାଗିଯାଇଥିଲା। ପରେ ଯାତ୍ରୀ ମନେ ଟ୍ରେନ ଚେନ ଟାଣି ପଦାକୁ ବାହାରି ଆସିଥିଲେ। ତେବେ କିପରି କମ୍ପାର୍ଟମେଣ୍ଟରେ ନିଆଁ ଲାଗିଲା ସେ ନେଇ ରେଳବାଇ ପକ୍ଷରୁ ତଦନ୍ତ କରାଯିବ ବୋଲି କୁହାଯାଇଛି।