ଗଲବାନ ଘାଟିରେ ଭାରତୀୟ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବନି : ସେନା ମୁଖ୍ୟ

ନୂଆଦିଲ୍ଲୀ: ସେନା ଦିବସରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଚୀନକୁ ଶକ୍ତ ଜବାବ ଦେଇଛନ୍ତି। ନରବାଣେ କହିଛନ୍ତି ଯେ, ସୀମାରେ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ ଆମେ ପ୍ରତିବଦ୍ଧ କିନ୍ତୁ କେହି ବି ଭାରତୀୟ ସେନାର ଧୈର୍ଯ୍ୟର ପରୀକ୍ଷା ନେବା ଉଚିତ ନୁହେଁ। ସୀମାରେ ଏକତରଫା ପରିବର୍ତ୍ତନର ଯେଉଁ ଚକ୍ରାନ୍ତ ହୋଇଥିଲା ତା’ର ଜବାବ ସେନା ଦୃଢ଼ ଭାବେ ଦେଇଛି। ପୂର୍ବ ଲଦାଖର ଗଲବାନ ଘାଟିରେ ଭାରତୀୟ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ।

ଦିଲ୍ଲୀରେ ସେନା ଦିବସ ଅବସରରେ ଆର୍ମି ଚୀଫ ମନୋଜ ମୁକୁନ୍ଦ ନରବାଣେଙ୍କ ସମେତ ଚୀଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ଏୟାର ଚୀଫ ମାର୍ଶଲ ଆରକେଏସ୍ ଭଦୋରିୟା ଓ ନେଭି ଚୀଫ ଏଡମିରଲ କରମବୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ।