ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୮୪୫୨କୁ ବୃଦ୍ଧି ପାଇଛି। ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୪ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୨୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୧୪, ଯାଜପୁରରୁ ୧୧, ଖୋଦ୍ଧାରୁ ୧୦, କେନ୍ଦ୍ରାପଡାରୁ ୯, ବରଗଡରୁ ୮, କଟକରୁ ୬, ପୁରୀରୁ ୬, କେନ୍ଦୁଝରରୁ ୫, ମୟୁରଭଞ୍ଜରୁ ୫, ଦେବଗଡରୁ ୪, ଜଗତସିଂହପୁରରୁ ୪, ଝାରସୁଗୁଡାରୁ ୪, ବାଲେଶ୍ୱର, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ନୂଆପଡାରୁ ୨, ଗଞ୍ଜାମ, ସୋନପୁର, ମାଲକାନଗିରି, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।