କୁଳମଣି ବରାଳଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ

କୁଆଁପାଳ,ଏନ୍ଏନ୍ଏସ୍: ଭାରତୀୟ ଜନତା ପାର୍ଟିର ଦିବଂଗତ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଏକାଦଶାହ ତିଥିରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇ ଅନ୍ୟାୟ ବିରୋଧରେ କୁଳମଣିଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ବୋଲି କହିଥିଲେ। ଯେଭଳି ଭାବରେ ବିଜେପି ନେତାଙ୍କ ଉପରେ ଶାସକ ଦଳର ଆକ୍ରମଣ ଚାଲିଛି ତାକୁ ସେ ନିନ୍ଦା କରିଥିଲେ। ସମସ୍ତ ଅପରାଧିଙ୍କୁ ଗିରଫ ନକରିବା ଯାଏ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ସଭାପତିତ୍ୱ କରିଥିଲେ। ଏହି ସଭାରେ ପ୍ରାକ୍ତନ ଡିଜି ପ୍ରକାଶ ମିଶ୍ର, ଦଳର ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ପିତାମ୍ବର ଆଚାର୍ଯ୍ୟ, ନୟନ କିଶୋର ମହାନ୍ତି, ପ୍ରକାଶ ବେହେରା, ମୋହନ ମାଝୀ, ଲେଖାଶ୍ରୀ ସାମନ୍ତ ସିଂହାର, ଅମର ନାୟକ, ହେମନ୍ତ ଦାସ, ମାହାଙ୍ଗାର ବିଜେପି ନେତା ଶାରଦା ପ୍ରଧାନ, ସୁକାନ୍ତ ନନ୍ଦ ପ୍ରମୁଖ ଯୋଗ ଦେଇ ଥିଲେ।