ମର୍ଡର, ଥ୍ରୀଲର କାହାଣୀ ନେଇ ଫେରିବେ ଜୀନତ

ମୁମ୍ବାଇ,ଏଜେନ୍ସି: ଭେଟେରାନ ଅଭିନେତ୍ରୀ ଜୀନତ ଅମନ ପୁଣିଥରେ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଖୁବଶୀଘ୍ର ‘ମରଗାଁୱ: ଦ କ୍ଲୋଜ୍ଡ ଫାଇଲ’(Margaon: The Closed File)ରେ ତାଙ୍କୁ ନୂଆ ଅବତାରରେ ଦେଖିବେ ଦର୍ଶକ। ଏହି ଫିଲ୍ମଟି ଅଗଥା କ୍ରିଷ୍ଟୀଙ୍କ କାର୍ଯ୍ୟ ଶୈଳୀ ଯାହାକି ଏକ ହତ୍ୟା ରହସ୍ୟକୁ ଦର୍ଶାଉଛି।

ସେହିପରି ଫିଲ୍ମର କାହାଣୀ ଜଣେ ୬୯ ବର୍ଷୀୟା ଅଭିନେତ୍ରୀ ଯିଏ ଆଙ୍ଗ୍ଲୋ ଭାରତୀୟ ପରିବାରର ମୁଖ୍ୟ ଭାବରେ ଅଭିନୟ କରିଛନ୍ତି। ଜଣେ ସ୍ୱାଧୀନ ମହିଳା, ମା’ ଏବଂ ଉଦ୍ୟୋଗୀ ଭାବରେ ନଜର ଆସିବେ ଜୀନତ। ‘ମରଗାଁୱ: ଦ କ୍ଲୋଜ୍ଡ ଫାଇଲ’ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ କପିଲ ସୌସ୍ତୁଭ ଶର୍ମା ଜଣାଇଛନ୍ତି ଯେ ଜୀନତ ଫିଲ୍ମରେ ଜୀନତଜୀ ସିଲ୍ୱିୟାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଯିଏ ଜଣେ ସାହାସୀ ମହିଳା। ସବୁ ପରିସ୍ଥିତି ସହ ନିଜକୁ ସାମିଲ କରିପାରୁଥିବେ।

ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସହ କାହାଣୀ ମଧ୍ୟ ଲେଖିଛନ୍ତି କପିଲ। ତେବେ ଜୀନତ ୨୦୧୯ରେ ରିଲିଜ ହୋଇଥିବା ତାଙ୍କ ଶେଷ ଫିଲ୍ମ ଐତିହାସିକ ଡ୍ରାମା ‘ପାନିପଥ’ରେ ନଜର ଆସିଥିଲେ। ଫିଲ୍ମରେ ସେ ହୁମାୟୁଂଙ୍କ ଝିଅ ସୋକିନା ବେଗମ ଭୂମିକାରେ ଦେଖାଯାଇଥିଲେ।