ସ୍କୁଲ ଫି’ ଛାଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍କୁଲ ଫି’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି କି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଥିବା ଗଣମାଧ୍ୟମରୁ ସୂଚନା ପାଇଛି। ବିଭାଗ ନିକଟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ। ହାଇକୋର୍ଟ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଦେଖିବା ପରେ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି।

ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ସେ କହିଛନ୍ତି କି, ସ୍କୁଲ ଯିବା ପୂର୍ବରୁ ଶିକ୍ଷକ ମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା। ଯେଉଁମାନେ ପଜିଟିଭ ହୋଇଛନ୍ତି ସେମାନେ ଆଇସୋଲେସନରେ ଅଛନ୍ତି। ଯେଉଁଠି ଶିକ୍ଷକ ଅଭାବ ରହିଛନ୍ତି ଅନ୍ୟସ୍ଥାନରୁ ଶିକ୍ଷକ ଆଣି ପାଠ ପଢାଯାଉଛି। ସଂକ୍ରମଣ ପାଇଁ ବିଭାଗ ସଜାଗ ରହିଛି। ରବିବାରରେ ସ୍କୁଲରେ ୬୫ ପ୍ରତିଶତ ଛାତ୍ରଛାତ୍ରୀ ଥିଲେ। ଏହି ସମୟରେ ବିଭିନ୍ନ ଟିମ ଭିନ୍ନ ଭିନ୍ନ ସ୍କୁଲକୁ ଗ୍ରସ୍ତ କରି ଅନୁଧ୍ୟାନ କରୁଛନ୍ତି। ସବୁ ସ୍ଥାନରେ ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି। ଆଜି ଖୋର୍ଦ୍ଧା, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାର କିଛି ସ୍କୁଲ ପରିଦର୍ଶନ କରିବେ ମନ୍ତ୍ରୀ ସମୀର ଦାସ।