ଦେଶରେ କାଲିଠୁ କରୋନା ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ମହାମାରୀ କରୋନା ଭାଇରସ୍ ପାଇଁ ସମସ୍ତେ ଏବେ ଚିନ୍ତାରେ। ଏହାକୁ ନେଇ ଆସନ୍ତାକାଲି ଠାରୁ ଦେଶରେ କରୋନା ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହେବାକୁ ଯାଉଛି। ଭାରତରେ ପାଖାପାଖି ୩୦ ଟି କମ୍ପାନୀ ଭ୍ୟାକସିନ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ତାହା ମଧ୍ୟରୁ ୭ କମ୍ପାନୀର ଭ୍ୟାକସିନ ଟ୍ରାଏଲ ଫେଜରେ ରହିଛି।

ଯାହା ମଧ୍ୟରୁ ୨ ଟି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଧା ମାନଙ୍କୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି। ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି।

ଡ.ହର୍ଷବର୍ଦ୍ଦନ କହିଛନ୍ତି କି ପ୍ରଥମେ ୨୮ ଓ ୨୯ ଡିସେମ୍ବରେ ୪ ଟି ରାଜ୍ୟରେ ଡ୍ରାଏ ରନ୍ କରାଇଥିଲୁ। ଏହାପରେ ଜାନୁଆରୀ ୨ ତାରିଖରେ ଦେଶର ସମସ୍ତ ରାଜ୍ୟର ୨୮୫ ଜିଲ୍ଲାରେ ଡ୍ରାଏ ରନ୍ କରାଯାଇଥିଲା। ଏହାସହ ଆସନ୍ତା କାଲି ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ (ହରିଆଣା, ହିମାଚଳ ଓ ଅରୁଣାଚଳ ପ୍ରଦେଶ ବ୍ୟତୀତ)ରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯିବ।