ପାକିସ୍ତାନ ନିଜ କ୍ଷେତ୍ରରେ ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନ ଉଡ଼ାଣ ପାଇଁ ଦେଲାନି ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନଉଡାଣକୁ ପାକିସ୍ତାନ ତା’ର ଉଡାଣ କ୍ଷେତ୍ରରେ ଉଡ଼ିବା ପାଇଁ ଦେଲାନାହିଁ ଅନୁମତି। ରାଷ୍ଟ୍ରପତି ଆସନ୍ତା ସୋମବାର ଠାରୁଆଇସଲ୍ୟାଣ୍ଡସ୍ଲୋବୋନିଆ ଓ ସୁଇଜରଲ୍ୟାଣ୍ଡ ଗସ୍ତରେ ଯିବାର ଅଛି, ଯେଉଁଥି ପାଇଁ କି ତାଙ୍କ ବିମାନକୁ ପାକିସ୍ତାନର ବାୟୁକ୍ଷେତ୍ରଦେଇ ଯିବାକୁ ପଡ଼ିବ। ଏ ନେଇ ରାଷ୍ଟ୍ରପତି କୋବିନ୍ଦଙ୍କ ଅଫିସ ପକ୍ଷରୁ ପାକିସ୍ତାନ ବାୟୁ କ୍ଷେତ୍ରରେ ବିମାନର ଉଡାଣ ପାଇଁ ଅନୁରୋଧ କରାଯାଇଥିଲା। ପାକିସ୍ତାନର ଏକ ଗଣମାଧ୍ୟମର ଖବର ଅନୁସାରେ ରାଷ୍ଟ୍ରପତି କୋବିନ୍ଦଙ୍କ ଉଡାଣର ଅନୁମତିକୁ ପାକିସ୍ତାନ କର୍ତ୍ତୃପକ୍ଷ ପ୍ରତ୍ୟାଖାନ କରିଦେଇଥିଲେ।