ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଜାନୁଆରୀରୁ ୧୨ ତାରିଖରୁ ସ୍ପାଇସ୍‌ଜେଟ୍ ଏହି ସେବା ଆରମ୍ଭ କରିବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।

ବିଭାଗ ପକ୍ଷରୁ ଟୁଇଟ‌ରେ କୁହାଯାଇଛି ଯେ ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବା ସହିତ ଏହା ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ପୂରଣ କରିବ।