ଓଡ଼ିଶାରେ ଆଉ ୩୬୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଏହି କରୋନା ସଂକ୍ରମିତଙ୍କ ମଧ୍ୟରେ ୨୦୮ ଜଣ ସଂଗରୋଧ କେନ୍ଦ୍ରର ଓ ୧୫୫ ଜଣ ସ୍ଥାନୀୟ ଅଞ୍ଚଳର ଅଛନ୍ତି। ଏହି ମଧ୍ୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ ୫୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୨୬ ହଜାର ୫୯୬ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇସାରିଥିବାବେଳେ ୩ ହଜାର ୫୭ ଜଣ ଚିକିତ୍ସାଧୀନ ଅଛନ୍ତି।