ଦେଶରେ ଦିନକରେ ୨୪,୩୩୭ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୨୪,୩୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
ଫଳରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୫୫ ହଜାର ୫୬୦ରେ ପହଞ୍ଚିଛି। ସେଥି ମଧ୍ୟରୁ ୩ ଲକ୍ଷ ୩ ହଜାର ୬୩୯ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୧ ଲକ୍ଷ ୪୫ ହଜାର ୮୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୨୫ ହଜାର ୭୦୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୯୬ ଲକ୍ଷ ୬ ହଜାର ୧୧୧ରେ ପହଞ୍ଚିଛି।