ଦେଶରେ ୨୪ଘଣ୍ଟାରେ ୨୨୮୮୯ଟି ନୂଆ କରୋନା ମାମଲା

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨,୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୯୯,୭୯,୪୪୭ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୩୩୮ ରୋଗୀ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୪୪,୭୮୯ କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ସଂଖ୍ୟା ୯୫,୨୦,୮୨୭ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୩,୧୩,୮୩୧ଟି ସକ୍ରିୟ ମାମଲା ରହିଛି ।