ଅଏଲି ସ୍କିନର ଉପଚାର

ଯେଉଁ ଲୋକଙ୍କର ସ୍କିନ୍ ଅଏଲି ଥାଏ, ସେମାନେ କୌଣସି ସୌନ୍ଦର୍ଯ୍ୟ ଉତ୍ପାଦକ ବ୍ୟବହାର କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଉଚିତ୍। କାରଣ ଏହା ଦ୍ୱାରା ସ୍କିନ୍ ବ୍ରେକ୍ ଆଉଟ୍ ହୋଇପାରେ। ଯଥା : ରଙ୍ଗ ଉପରେ ପ୍ରଭାବ ପଡ଼ିବ, ବ୍ରଣ, ଦାଗ ଇତ୍ୟାଦି ଦେଖାଦେବ। ଏପରିସ୍ଥଳେ ପାଣି ଉତ୍ପାଦ ଜିନିଷ ଓ ଔଷଧୀୟ ସାବୁନ ଉପଯୋଗ କରିବା ପରିବର୍ତ୍ତେ, ଆପଣ ଆପଣଙ୍କ ଚେହେରାକୁ ତେଲ ଓ ବ୍ରଣରୁ ରକ୍ଷା କରିବା ପାଇଁ କିଛି ଘରୋଇ ଉପଚାରର ସାହାଯ୍ୟ ନିଅନ୍ତୁ।

ହଳଦୀ ମିଶ୍ରଣ : ଗୋଟେ ଚୁଟକି ହଳଦୀ ଓ ଚନ୍ଦନ ପାଉଡର ମିଶାଇ ତାକୁ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ୍ ପରେ ଧୋଇଦିଅନ୍ତୁ।

ଗୋଲାପ ଜଳ ଓ ଚନ୍ଦନ : ଚନ୍ଦନ ପେଷ୍ଟ ସହିତ ଅଳ୍ପ ଗୋଲାପ ଜଳ ମିଶାଇ ପ୍ରତ୍ୟେକ ଦିନ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ।

ଡ଼ାଲଚିନ୍ ଓ ଲେମ୍ବୁରସ : ଅଳ୍ପ ଲେମ୍ବୁ ରସ ସହିତ ଡ଼ାଲଚିନ୍ ପାଉଡ଼ର ମିଶାଇ ସେଥିରେ ମହୁ କିଛି ବୁନ୍ଦା ମିଶାଇ ଦିଅନ୍ତୁ ଓ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତ୍ୟେକ ଦିନ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।

ଗୋଲାପ ଜଳ ଓ ମୁଲତାନୀ ମାଟି : ମୁଲତାନୀ ମାଟିରେ ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ସପ୍ତାହରେ ଦୁଇ ବା ତିନିଥର ମୁହଁରେ ଲଗାନ୍ତୁ। ଯେତେବେଳେ ଏହା ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ଏହା ବ୍ରଣ, ଦାଗକୁ ସଫା କରିବାରେ ସାହାଯ୍ୟ କରିଥାଏ। କାରଣ ଅଏଲି ସ୍କିନ ପାଇଁ ଏସବୁ ହୋଇଥାଏ।