ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୪ ଜଣଙ୍କର ଜୀବନ ଚାଲିଯାଇଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୮୧୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିହପୁରରୁ ୫୯ ବର୍ଷୀୟ ପୁରୁଷ, ମୟୁରଭଞ୍ଜରୁ ୬୦ ଓ ୬୪ ବର୍ଷୀୟ ବୃଦ୍ଧ ଓ ସମ୍ବଲପୁରରୁ ୪୦ ବର୍ଷୀୟ ପୁରୁଷ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ଉଚ୍ଚ ରକ୍ତଚାପ ଓ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ।