ମାଷ୍ଟରକ୍ୟାଣ୍ଟିନ ନିକଟରେ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ଧାରଣା ସ୍ଥଳରେ ଜଣେ ଏଏନଏମ୍ କର୍ମୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଛଟେଇ ପ୍ରତିବାଦ କରି ଗତ ୭ଦିନ ହେବ ଶତାଧିକ ଏଏନଏମ କର୍ମୀ ଧାରଣାରେ ବସିଛନ୍ତି। ଏମାନେ ସମସ୍ତେ କୋଭିଡ କେୟାର ହସ୍ପିଟାଲରେ କାର୍ଯ୍ୟ କରନ୍ତି। କିନ୍ତୁ ଧାରଣାକୁ ୭ ଦିନ ହୋଇଯାଇଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣୁନଥିବାରୁ ଓ ଆଲୋଚନା ପାଇଁ ଆସିନଥିବାରୁ ଉକ୍ତ କର୍ମୀ ଜଣକ ଏଭଳି କରିଥିବା ସ୍ପଷ୍ଟ ହୋଇଛି।