ରେଲୱେ ଟ୍ରାକରେ ମାଆ ଓ ଶିଶୁକନ୍ୟାର ମୃତଦେହ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ରେଲୱେ ଟ୍ରେକରେ ପଡିଛି ମାଆ ଓ ଝିଅଙ୍କ ମୃତଦେହ। ଟାଙ୍ଗୀଥାନା ଉଜୁଡା ଥାନା ଅଭିମାନପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନରେ କଟି ଶିଶୁକନ୍ୟା ଓ ମାଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।