କାର- ଅଟୋ ଧକ୍କା , ଦୁଇ ଗୁରୁତର

କିଶୋରନଗର,ଏନ୍ଏନ୍ଏସ୍: କଟକ-ପାରାଦୀପ ରାସ୍ତାର ରାମକୁମାରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ କାରସହ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁରୁତର ମାନେ ହେଲେ ଚୌଦ୍ୱାର ଅଞ୍ଚଳର ପ୍ରଭାତ କୁମାର ସାହୁ ଓ କାର ଚାଳକ କିଶନନଗର ଥାନା ଅଞ୍ଚଳର ଧନଜ କୁମାର ସାହୁ ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ କାରଟି ପାରାଦୀପ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋକୁ ଅଟୋ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତାକଡରେ ଥିବା ଏକ ପୋଖରୀକୁ ଓଲଟି ପଡିଥିଲା । ଖବର ପାଇ ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଜେନା ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି ।