୪ ଆତଙ୍କବାଦୀଙ୍କ ନାମ ଘୋଷଣା କଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ମୋଦୀ ସରକାରଙ୍କ ଦ୍ୱାରା ବେଆଇନ ଗତିବିଧିକୁ ରୋକିବା ପାଇଁ ୟୁଏପିଏ ଆକ୍ଟ ଅନୁସାରେ ମୈଲାନା ମସୁଦ ଅଜହର, ଦାଉଦ ଇବ୍ରାହିମ, ଜାକିର-ଉର-ରହମାନ ଲଖବି ଓ ହାଫିଜ ସଇଦକୁ ଆତଙ୍କବାଦ ଘୋଷଣା କରାଯାଇଛି। ଏହି ୪ଜଣ ଆତଙ୍କବାଦୀଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି ହୋଇଛି।
ମସୁଦ ଅଜହର ଉପରେ ଭାରତରେ ୫ଟି ଆତଙ୍କବାଦ ଆକ୍ରମଣର ଅଭିଯୋଗ ହୋଇଥିବାବେଳେ ତାକୁ ପୂର୍ବରୁ ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଆତଙ୍କବାଦୀ ଘୋଷଣା କରାଯାଇଥିଲା।
ସୂଚନା ଅନୁଯାୟୀ ଭାରତକୁ ମୋଦୀ ସରକାର ଏବଂ ୧୭ତମ ଲୋକସଭାର ପ୍ରଥମ ଦାବିରେ ବେଆଇନ ଗତିବିଧି ବିଲ ପାସ ହୋଇଥିଲା। ଯାହାଦ୍ୱାରା ବର୍ତ୍ତମାନ ଭାରତ ପାଖରେ ଆତଙ୍କବାଦ ଘୋଷଣା କରିବା ସହ ତା’ର ସମସ୍ତ ସମ୍ପତ୍ତି ନିଜ ଅଧିକାରକୁ ନେବାକୁ କ୍ଷମତା ମିଳିଛି।
ତେବେ ଏହି ୪ଜଣଙ୍କ ନାମ ଆତଙ୍କବାଦ ତାଲିକାରେ ସାମିଲ କରାଯାଇଥିବାବେଳେ ଆଗକୁ ମଧ୍ୟ ଅନେକ କୁଖ୍ୟତ ଅପରାଧୀଙ୍କ ନାମ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି।