ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି କରୋନାରୁ ୬୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦ରେ ପହଞ୍ଚିଛି।
ତେବେ ସୁସ୍ଥ ହୋଇଥିବା ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୬୭ ଜଣ ଲେଖାଏଁ ଏବଂ ଅନୁଗୁଳରୁ ୬୩ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜରୁ ୩୭ ଜଣ, କଳାହାଣ୍ଡିରୁ ୩୫ ଜଣ କେନ୍ଦ୍ରାପଡ଼ାରୁ ୨୬ ଜଣ, କେନ୍ଦୁଝରରୁ ୨୪ ଜଣ ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରୁ ୨୦ ଜଣ ଲେଖାଏଁ, ଯାଜପୁରରୁ ୧୭ ଜଣ, ପୁରୀରୁ ୧୫ ଜଣ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ବାଲେଶ୍ୱର ଓ ଜଗତସିଂହପୁରରୁ ୧୨ ଜଣ ଲେଖାଏଁ, ଭଦ୍ରକରୁ ୧୧ ଜଣ, କନ୍ଧମାଳରୁ ୯ ଜଣ ଢ଼େଙ୍କାନାଳରୁ ୬ ଜଣ, ଗଞ୍ଜାମରୁ ୫ ଜଣ, ନୟାଗଡ଼ରୁ ୪ ଜଣ, ରାୟଗଡ଼ାରୁ ୪ ଜଣ, ବୌଦ୍ଧ, କୋରାପୁଟ, ଗଜପତି, ମାଲକାନଗିରି ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ, ଦେବଗଡ଼ ଓ ସୋନପୁରରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟପୁଲରୁ ୧୭ ଜଣ ସୁସ୍ଥ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ବର୍ତ୍ତମାନ ୩,୭୧୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।