Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯାଞ୍ଚ ହେବ ଅନ୍ଲାଇନ୍ ମନିଟରିଂ ଜିପିଏସ୍ ବ୍ୟବସ୍ଥା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯାଞ୍ଚ ହେବ ଅନ୍ଲାଇନ୍ ମନିଟରିଂ ଜିପିଏସ୍ ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ଆରମ୍ଭ ହୋଇଥିବା ର୍ୟାଙ୍କିଂ ବ୍ୟବସ୍ଥାର ଯାଞ୍ଚ କରାଯିବ। ଆରମ୍ଭ ହୋଇଥିବା ଅନ୍ଲାଇନ୍ ମନିଟରିଂ ଜିପିଏସ୍ ବ୍ୟବସ୍ଥାକୁ ଅଧିକାରୀମାନେ କିପରି ବ୍ୟବହାର କରୁଛନ୍ତି ଏବଂ ରିପୋର୍ଟ କିପରି ପ୍ରଦାନ କରୁଛନ୍ତି ତାହାର ତଦାରଖ ଆରମ୍ଭ ହେବାକୁ ଯାଉଛି।

ଅନଲାଇନ୍ ମନିଟରିଂ ଜିପିଏସ୍ ବ୍ୟବସ୍ଥାରେ ବିଇଓ, ଡିଇଓ, ସିଆରସିସିଙ୍କ ଅଧୀନରେ ଥିବା ସ୍କୁଲଗୁଡିକର ଯାଞ୍ଚ ହେବା ସହ ଅଧିକାରୀଙ୍କର କାର୍ଯ୍ୟଶୈଳୀ ଏବଂ ଗତ ୪ମାସ ମଧ୍ୟରେ କେତେ ଅଭିଯୋଗ ଦାଖଲ ହୋଇଛି ତାହାର ତଦାରଖ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏହି ବ୍ୟବସ୍ଥାରେ ୪୦ଟି ପ୍ରଶ୍ନ ମାଧ୍ୟମରେ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବାକୁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଆଜି ସୁଦ୍ଧା ମୋଟ୍ କେତେ ଜିଲ୍ଲାରେ ଏହା ଠିକଭାବେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା ଏବଂ ଯାଞ୍ଚ କରାଯିବ।

ସୂଚନା ଅନୁଯାୟୀ ରାଜ୍ୟରେ ସ୍କୁଲର ତଦାରଖ ଲାଗି ଅଧିକାରୀଙ୍କ ମୋବାଇଲରେ ସ୍କୁଲ ମନିଟରିଂ ଆପ୍ ବ୍ୟବସ୍ଥା ରଖାଯାଇଥିଲା। ସମ୍ପୃକ୍ତ ଆପଟିକୁ ଅଧିକାରୀମାନେ ଅନ୍ୟ କେଉଁଠି ଖୋଲିପାରିବେ ନାହିଁ। ସେମାନଙ୍କ ଅଧୀନରେ ଥିବା ସ୍କୁଲରେ ପହଞ୍ଚଲେ ନିଜ ନିଜ ମୋବାଇଲ୍ରେ ଥିବା ଆପ୍ କାର୍ଯ୍ୟକ୍ଷମ ହେଉଥିଲା। ଆପରେ ଥିବା ୪୦ଟି ପ୍ରଶ୍ନ ନେଇ ୨୯୦ ମାର୍କ ରହୁଥିଲା। ଯେଉଁଥିରେ ଏକାଡେମିକ୍ ପରଫରମାନ୍ସ, ଆସେସ୍ ଆଣ୍ଡ ଟ୍ରାଞ୍ଜିସନ୍, ଇକ୍ୱିଟି, ଗଭର୍ଣ୍ଣାନ୍ସ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସଙ୍କେତ ସମ୍ପର୍କରେ ପ୍ରଶ୍ନ ରହିଥିଲା। ସମସ୍ତ ପ୍ରଶ୍ନର ଉତ୍ତରକୁ ସଙ୍ଗେସଙ୍ଗେ ଅଧିକାରୀମାନେ ମୋବାଇଲରେ ଦାଖଲ କରୁଥିଲେ। ତେବେ ରିପୋର୍ଟ ବ୍ୟବସ୍ଥାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁ ବ୍ୟବସ୍ଥାରେ ଖରାପ ପ୍ରଦର୍ଶନ ଥିବା ରିପୋର୍ଟ ହୋଇଥିବ ସମ୍ପୃକ୍ତ ବ୍ୟବସ୍ଥା କିଭଳି ସୁଧାରିବ ସେ ସମ୍ପର୍କରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶୁତି ପତ୍ର ଦାଖଲ କରିବେ। ଏପରିକି ସେମାନଙ୍କୁ କେତେଦିନ ସମୟ ଲାଗିବ ତାହା ମଧ୍ୟ ପ୍ରତିଶୁତି ପତ୍ରରେ ଉଲ୍ଲେଖ କରାଯିବ। ଦେଶରେ ଏହି ବ୍ୟବସ୍ଥା ପ୍ରଥମ ଥର ଲାଗି ଓଡ଼ିଶାରେ ଆରମ୍ଭ ହୋଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବାରେ ଏହା ବେଶ୍ ସହାୟକ ହେବ ବୋଲି ଆଶା ଥିବା ବେଳେ ଅନେକ ଜିଲ୍ଲାରେ ଏହାର କାର୍ଯ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।