ଦିନ ଦ୍ୱିପହରରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନ ଦ୍ୱିପହରରେ ଲୁଟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟରାସ୍ତା ମତୋ ଇଲେକ୍ଟ୍ର ଷ୍ଟକଚର ପଏଣ୍ଟ ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଲୁଟେରା।

ଆଜି ଜଣେ ମହିଳା ମୁଖ୍ୟରାସ୍ତା ମତୋ ଇଲେକ୍ଟ୍ର ଷ୍ଟକଚର ପଏଣ୍ଟ ନିକଟରେ ଯାଉଥିବା ବେଳେ ୨ ଜଣ ଲୁଟେରା ଦିବାଲୋକରେ ଆସି ଗୋଟିଏ ଆପାଚି ବାଇକରେ ଆସି ସୁନା ଚେନ ଝାମ୍ପିଥିଲେ। ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେବା ସମୟରେ ମହିଳା ଜଣକ ଜୋରରେ ପାଟିକରି ଡ଼ାକିବାରୁ ପାଖରେ ଥିବା ଯୁବକ ମାନେ ଲୁଟେରାକୁ ପଛରୁ ଗୋଡ଼େଇଥିଲେ। କିନ୍ତୁ ଲୁଟେରା ଦୁଇଜଣ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ ମତୋ ଫାଣ୍ଡି ଓ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।