ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୁଲିସ୍‌ ଟ୍ରାଫିକରେ ପରିବର୍ତ୍ତନ ଆଣିଛି।

ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ ଚାଷୀ ଓ ତା‘ ଆଗରୁ ପରୀର ମା’ବାପା ଆତ୍ମାହୁତି ଉଦ୍ୟମ କରିଥିଲେ।