ରାଜଧାନୀରେ ନକଲି ତେଲ ଓ ଘିଅ କାରଖାନା ଠାବ, ୪ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକ୍ଷ୍ମୀସାଗର ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ନକଲି ଖାଇବା ତେଲ ଓ ଘିଅ କାରଖାନାକୁ ପୁଲିସ୍ କମିଶନରେଟର ସ୍ପେଶାଲ ସ୍ୱାଡ୍ ଠାବ କରିଛି। ଚଢ଼ଉ ସମୟରେ ୧୦୦୦ ଲିଟର ଅପମିଶ୍ରିତ ତେଲ, ଘିଓ, କେମିକାଲ, ମିକ୍ସର ମେସିନ୍, ବିଭିନ୍ନ ବ୍ରାଣ୍ଡର ଷ୍ଟିକର, କମ୍ପାନୀ ଡବା, ବହୁ ଯନ୍ତ୍ରପାତିକୁ ଜବତ କରାଯାଇଛି। ଏହି ଘଟଣାରେ କମ୍ପାନୀ ମାଲିକ ସମେତ ୪ଜଣଙ୍କୁ ଗିରଫ କରି ପୁଲିସ୍ ଅଧିକ ପଚରାଉଚୁରା କରୁଛି।
ଉକ୍ତ କମ୍ପାନୀ ଦୀର୍ଘ ଦିନ ଧରି ଚାଲୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ଲୋକେ ଏହାକୁ ବ୍ରାଣ୍ଡ କମ୍ପାନୀ ବୋଲି ଭାବୁଥିଲେ। ତେବେ ଉକ୍ତ କମ୍ପାନୀର ରାଜ୍ୟ ବାହାରୁ ତେଲ ଆଣି ଅପମିଶ୍ରଣ କରାଉଥିଲେ ବୋଲି ସ୍ପେଶାଲ ସ୍ୱାଡର ପ୍ରାଥମିକ ତଦନ୍ତରୁ ଜଣାପଡିଛି।