Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଆ ପୁଅର କାହାଣୀକୁ ନେଇ ଆସୁଛି ବଲିଉଡ୍ ଫିଲ୍ମ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଆ ପୁଅର କାହାଣୀକୁ ନେଇ ଆସୁଛି ବଲିଉଡ୍ ଫିଲ୍ମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ। କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ପୁଣି ଆଉ କେତେବେଳେ ଧାବକ ମିଲଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର। ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ଓଡ଼ିଆ ପୁଅ ସାଇରାମର କାହାଣୀକୁ ନେଇ ଏକ ନୂଆ ଚଳଚ୍ଚିତ୍ର ‘ସିଲଭର ଗାନ୍ଧୀ’। ଜଣେ ସ୍ୱେଚ୍ଛାସେବୀ ଭାବେ କିପରି ସେ ପରିଚୟ ହାସଲ କରିପାରିଛନ୍ତି ତାହାକୁ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ। ନୂଆଦିଲ୍ଲୀରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇସାରିଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ମନୋଜ ତିୱାରୀ ଯୋଗ ଦେଇଥିଲେ।

ସିଲଭର ସ୍କ୍ରିନରେ ଓଡ଼ିଆ ପୁଅର କାହାଣୀ। ସିନେପ୍ରେମୀ ଦେଖିବେ ସିଲଭର ଗାନ୍ଧୀର ଚରିତ୍ର ହାତରେ ବାଡ଼ି ଓ ଝାଡୁ ଧରି ସଙ୍ଗୀତ ମହାବିଦ୍ୟାଳୟରୁ କିପରି ଥିଲା ତା’ର ଦିଲ୍ଲୀ ଯାତ୍ରା। ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସାଇରାମ ପାଇଛନ୍ତି ଏକ ନୂଆ ପରିଚୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଥିଲେ ସାଇରାମ। ସେ ଯାହାକୁ ବି ଭେଟନ୍ତି ସ୍ୱଚ୍ଛତାର ବାର୍ତ୍ତା ଦିଅନ୍ତି। ଦେଶର କୋଣ ଅନୁକୋଣରେ ସାଉଁଟିଲେ ପ୍ରଶଂସା।

୨୦୧୬ ଜୁନରେ ପୁରୀରୁ ଯାତ୍ରା ଆରମ୍ଭ କରି ୨୦୧୮ ଅକ୍ଟୋବରରେ ଦିଲ୍ଲୀରେ ପହଞ୍ଚିଥିଲେ। ଏଇ ନିକଟରେ ପୁଣି ଭାରତବର୍ଷ ଯାତ୍ରାରେ ବାହାରିବେ ସାଇରାମ। ଦିଲ୍ଲୀରେ ସାଂସଦ ମନୋଜ ତିୱାରୀଙ୍କ ସହ ୨୦୧୮ ମସିହାରେ ଦେଖା ହେବାରୁ ସେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍ କରାଇଥିଲେ। ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତେ ସାଇରାମଙ୍କ ପ୍ରଶଂସାରେ ଶତମୁଖ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ମଧ୍ୟ ଜଣେ ଓଡ଼ିଆ ପୁଅ ଅବିନାଶ ନନ୍ଦ। ବଲିଉଡ଼ର ଜଣେ ଆଗଧାଡ଼ିର କଳାକାରଙ୍କୁ ସିଲଭର ଗାନ୍ଧୀ ଚରିତ୍ରରେ ଦେଖିବାକୁ ମିଳିବ।

ଦିଲ୍ଲୀରେ ସିଲଭର ଗାନ୍ଧୀ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହେବା ପରେ ଚଳଚ୍ଚିତ୍ରକୁ ନେଇ ବଢ଼ିଛି ଉତ୍କଣ୍ଠା। ଅକ୍ଟୋବର ମାସରେ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ। ହିନ୍ଦୀ ସମେତ ୬ଟି ଭାଷାରେ ଡବିଂ ପାଇଁ ଯୋଜନା କରୁଛନ୍ତି ପ୍ରଯୋଜନା ସଂସ୍ଥା। ତେବେ ଏହି ଚଳଚ୍ଚିତ୍ରଟି ବଡ଼ ସଫଳତା ହାସଲ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି।