ମୁମ୍ବାଇ: ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସୟଦକୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧ କୋର୍ଟ ଅବୈଧ ଫଣ୍ଡିଂ ମାମଲାରେ ୧୦ ବର୍ଷ ଦଣ୍ଡବିଧାନ କରିଛନ୍ତି। ହାଫିଜକୁ ସଂଯୁକ୍ତ ରାଷ୍ଟ୍ର ତରଫରୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଅନ୍ୟପଟେ ଆମେରିକା ତାଙ୍କ ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଛି।
ହାଫିଜ ସୟଦକୁ ଆତଙ୍କୀ ଫଣ୍ଡିଂ ମାମଲାରେ ୨୦୧୯ ଜୁଲାଇ ୧୭ ତାରିଖରେ ଗିରଫ କରାଯାଇଥିଲା। ହାଫିଜକୁ ଚଳିତ ବର୍ଷ ଫେବୃୟାରୀରେ ଏକ ଆତଙ୍କବାଦୀ ନିରୋଧ କୋର୍ଟ ତରଫରୁ ୧୧ ବର୍ଷର ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଥିଲା। ଏବେ ସେ ଲାହୋରରର ଏକ ହାଇ ସିକ୍ୟୁରିଟି କୋର୍ଟ ଲଖପତ ଜେଲରେ ବନ୍ଦ ରହିଛି।