ରାଜ୍ୟରେ ୨୨ ରୁ ବଢିବ ଥଣ୍ଡା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୨ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨୦ ଓ ୨୧ ତାରିଖ ବେଳେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ହ୍ରାସ ଯୋଗୁଁ ଶୀତ ଅନୁଭୂତ ହେବ।

ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୫.୪ ଡିଗ୍ରି ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ୧୫.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି।

୨୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୨୧ ତାରିଖ ଦିନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ହୋଇପାରେ। ୨୨ ତାରିଖ ଭିତରେ ରାଜ୍ୟରେ ତାପମାତ୍ରା ୫ ଡିଗ୍ରୀ ବା ତା’ଠାରୁ ଆହୁରି ତଳକୁ ଖସିବା ସହ ଶୀତ ବଢ଼ିବ ବୋଲି କୁହାଯାଇଛି।