ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଆଲୋଚନା ପରେ ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଉଦ୍ୟାନରେ କଙ୍କ୍ରିଟ୍ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତିରୁ ଓହରିଛି ଉଦ୍ୟାନ କୃଷି ବିଭାଗ।

ଏକାମ୍ର କାନନରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ୨୦ ଏକର ୧୯୨ ଡିସିମିଲ୍ ଜମିକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିବାକୁ ଚିଠି ହେବା ଖବର ପ୍ରଚାରିତ ହେବା ପରେ ବିଜେପି, କଂଗ୍ରେସ, ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍ ଏହାକୁ ପ୍ରବଳ ବିରୋଧ କରିଥିଲେ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ ବୋଲି ପୂର୍ବରୁ କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା।